ଜୀବନର ଶେଷ ଲକ୍ଷ୍ୟ ବିଷୟରେ ହିନ୍ଦୀରେ କହିଲେ ରତନ ଟାଟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମରେ ୭ଟି କ୍ୟାନ୍ସର କେୟାର ସେଣ୍ଟର ଉଦଘାଟନ କରିଛନ୍ତି । ଏହି ଅବସରରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ଭାବବିହ୍ୱଳ ନଜର ଆସିଥିଲେ । ପ୍ରଥମେ ତାଙ୍କୁ ହିନ୍ଦୀ ଆସୁ ନଥିବାରୁ ସମସ୍ତଙ୍କୁ କ୍ଷମା ମାଗି କହିଥିଲେ ଯେ ମୁଁ ହିନ୍ଦୀରେ ଭାଷଣ ଦେଇ ପାରିବିନି, ସେଥିପାଇଁ ଇଂରାଜୀରେ କହିବି । କିଛି ସମୟ ଇଂରାଜୀରେ କହିବା ପରେ ଖଣ୍ଡି ହିନ୍ଦୀରେ କହିଥିଲେ ଯେ, ମୁଁ ମୋ ହୃଦୟରୁ ଗୋଟିଏ ବାର୍ତ୍ତା ଦେବି । ମୁଁ ମୋ ଜୀବନର ଶେଷ ବର୍ଷ ସ୍ୱାସ୍ଥ୍ୟକୁ ସମର୍ପିତ କରୁଛି । ଆସାମକୁ ଏମିତି ରାଜ୍ୟ ବନାନ୍ତୁ ଯିଏ ସମସ୍ତଙ୍କୁ ଚିହ୍ନିବ ଓ ସମସ୍ତେ ତାକୁ ଚିହ୍ନିବେ ।

ସୂଚନାଯୋଗ୍ୟ, ରତନ ଟାଟାଙ୍କ ଭାଷଣ ସମୟରେ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଉପସ୍ଥିତ ଥିଲେ ।