ବାଇକ‌ରେ ଆସି ଭୋଟ୍ ଦେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବିଜେପିର ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମତଦାନ କରିଛନ୍ତି। ପଶ୍ଚିମବଙ୍ଗର ହେଭି ୱେଟ୍ ନେତା ଶୁଭେନ୍ଦୁ ଅଧିକାରୀ ମତଦାନ କେନ୍ଦ୍ରକୁ ଏକ ବାଇକ୍‌ରେ ଆସି ମତଦାନ କରିଛନ୍ତି।

ମତଦାନ ପରେ ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ଲୋକଙ୍କୁ ବଡ଼ ସଂଖ୍ୟାରେ ଭୋଟ ଦେବା ପାଇଁ ଅପିଲ କରୁଛି। କାରଣ ପୂରା ଦେଶ ନନ୍ଦିଗ୍ରାମ ଉପରେ ନଜର ରଖିଛି। ଲୋକେ ଅପେକ୍ଷା କରିଛନ୍ତି ଯେ, ବିକାଶ ରାଜନୀତି ଜିତିବ। ସୂଚନାଯୋଗ୍ୟ ଯେ ନନ୍ଦିଗ୍ରାମ ଆସନର ଶୁଭେନ୍ଦୁ ଅଧିକାରୀଙ୍କ ବିପକ୍ଷରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି।