ମାଉସୀ ମା’ ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ୩୦ ହଜାର ଲୁଟ

ପୁରୀ,ଏନ୍ଏନ୍ଏସ୍: ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ଛୋଟ ବଡ଼ ମନ୍ଦିର। କିଛିଦିନ ତଳେ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ପରେ ଆଜି ପୁରୀ ବଡଦାଣ୍ଡର ବଳଗଣ୍ଡି ନିକଟରେ ଥିବା ମାଉସୀ ମା’ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟ ହୋଇଛି।

ମୁଖ୍ୟ ପ୍ରବେଶ ଦ୍ୱାରର ଲୁହା ଗେଟରେ ଲାଗିଥିବା ତାଲା କାଟି ଦୁର୍ବୃତ୍ତମାନେ ପ୍ରଥମେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଭିତରେ ପଡିଥିବା ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରିଥିଲେ। ସେଠାରେ ମନ୍ଦିରର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି। ସେପଟେ ଭିତର ଗଡ଼ରେଜ ଭାଙ୍ଗି ମା’ଙ୍କ ଶାଢ଼ୀ ମଧ୍ୟ ଚୋରି ହୋଇଛି। ଏହି ଘଟଣାର କୁମ୍ଭାରପଡା ପୁଲିସ ତଦନ୍ତ କରୁଛି।