ଶୁଭେନ୍ଦୁ ଅଧିକାରୀ ହେଲେ ପଶ୍ଚିମବଙ୍ଗ ବିଧାନସଭାର ବିପକ୍ଷ ଦଳର ନେତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ଲାଗି ଶୁଭେନ୍ଦୁ ଅଧିକାରୀଙ୍କୁ ବିପକ୍ଷ ଦଳର ନେତା ରୂପେ ଚୟନ କରାଯାଇଛି। ଅନ୍ୟପଟେ ପୂର୍ବ ବିଧାୟକ ଦଳ ନେତା ମନୋଜ ଟିଗଗାଙ୍କୁ ଉପନେତା ବଛାଯାଇଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରବିଶଙ୍କର ପ୍ରସାଦ, ମହାସଚିବ ଭୂପେନ୍ଦ୍ର ଯାଦବ, ମହାସଚିବ କୈଳାଶ ବିଜୟବର୍ଗୀୟ ଓ ପ୍ରଦେଶ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି। ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନନ୍ଦୀଗ୍ରାମ ସିଟରୁ ୧,୯୫୬ ଭୋଟରେ ହରାଇଥିଲେ।

ସୂଚନାଯୋଗ୍ୟ, ବିଜେପି କାର୍ଯ୍ୟାଳୟରେ ଆଜି ହୋଇଥିବା ବୈଠକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ବିପକ୍ଷ ଦଳ ନେତା ରୂପେ ଶୁଭେନ୍ଦୁ ଅଧିକାରୀଙ୍କ ନାମର ପ୍ରସ୍ତାବ ଦେଇଥିଲେ। ଆଉ ୨୨ ବିଧାୟକ ଏହାକୁ ସମର୍ଥନ କରିଥିଲେ।