ଏଲଓସିରେ ସନ୍ଦେହ ଜନକ କାର୍ଯ୍ୟକଳାପ, ସୀମାରେ ହାଇଆଲର୍ଟ

ଶ୍ରୀନଗର,ଏନ୍ଏନ୍ଏସ୍: ଜମ୍ମୁ କଶ୍ମୀର ବାରାମୁଲ୍ଲା ଜିଲ୍ଲାର ଉରି ଅଞ୍ଚଳରେ ସନ୍ଦିଗ୍ଧଙ୍କ ସନ୍ଦେହ ଜନକ କାର୍ଯ୍ୟକଳାପ ନେଇ ସେନାକୁ ମିଳିଥିଲା ଖବର। ନଂ-୧୮ ତାରିଖ ମଧ୍ୟ ରାତ୍ରିରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଯାହା ଏବେବି ଜାରି ରହିଛି।
ଏହାପୂର୍ବରୁ ଶ୍ରୀନଗର ନୋରବାଗ ଅଞ୍ଚଳରେ ଏକ ପୁଲିସ ଟିମ ଉପରକୁ ଆତଙ୍କୀମାନେ ଆଖିବୁଜା ଗୁଳିମାଡ କରିଥିଲେ।

ସେନା ପକ୍ଷରୁ ମଧ୍ୟ ଏହାର ପ୍ରତିଜବାବ ଦିଆଯାଇଥିଲା। ପୁଲିସ ପକ୍ଷରୁ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ଗୁଳିବର୍ଷଣ କରିଥିବା ବେଳେ ଆତଙ୍କୀ ଘଟଣାସ୍ଥଳରୁ ପଳାଇଥିଲେ। ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ଓ ଏକେ ୪୭ ଜବତ କରିଥିଲା ସେନା। ଏହି ଅପରେସନ ସିଆରପିଏଫ ଓ ପୁଲିସର ମିଳିତ ଉଦ୍ୟମରେ ହୋଇଥିଲା। ସେପଟେ ଶୁକ୍ରବାର ଦିନ କୁଲଗାମ ଜିଲ୍ଲାରେ ଆତଙ୍କୀଙ୍କ ଗୁଳି ବର୍ଷଣ ଯୋଗୁଁ ଜଣେ ଶ୍ରମିକର ମୃତ୍ୟୁ ଘଟିଥିଲା। ଏ ନେଇ ଜମ୍ମୁ କଶ୍ମୀର ପୁଲିସ ପକ୍ଷରୁ ସୂଚନା ମିଳିଛି।