ସୁନା ଚୋରାଚାଲାଣରେ ଦାଉଦ୍ ଇବ୍ରାହିମ୍‌ର ହାତଥିବା ସନ୍ଦେହ: ଏନ୍‌ଆଇଏ

କୋଚି,ଏଜେନ୍ସି: କେରଳ ସୁନା ଚୋରାଚାଲାଣ ମାମଲାରେ ଆତଙ୍କୀ ସମ୍ପର୍କ ଥିବା ମାମଲାର ଯାଞ୍ଚ କରୁଥିବା ନ୍ୟାସ୍‌ନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି(ଏନ୍‌ଆଇଏ) ପକ୍ଷରୁ ଏକ ରୋଚକ ତଥ୍ୟ ଦିଆଯାଇଛି । ଏହି ମାମଲାରେ ଅଣ୍ଡରୱାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମ୍ ଏବଂ ତା’ର ଡି କମ୍ପାନୀର ଲିଙ୍କ୍ ରହିଥିବା ଏନ୍‌ଆଇଏ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସୁନା ଚୋରାଚାଲାଣରୁ ଉପାର୍ଜନ କରାଯାଉଥିବା ଅର୍ଥ ରାଷ୍ଟ୍ରବିରୋଧୀ ଏବଂ ଆତଙ୍କୀ ଗତିବିଧି ପାଇଁ ବ୍ୟବହାର ହେଉଛି । କେରଳ ସୁନା ଚୋରାଚାଲାଣ ମାମଲାର ତଦନ୍ତକୁ ଆଗକୁ ବଢାଇବାକୁ ହେଲେ ଅଭିଯୁକ୍ତମାନଙ୍କୁ ୧୮୦ଦିନ ପାଇଁ ରିମାଣ୍ଡରେ ନେବାକୁ ହେବ ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି ।