ସସପେନ୍ସ ହଟିଲା, ପ୍ରମୋଦ ସାଓ୍ବନ୍ତ ହେବେ ଗୋଆର ମୁଖ୍ୟମନ୍ତ୍ରୀ

ପାନାଜୀ,ଏଜେନ୍ସି: ଗୋଆ ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ ସାଓ୍ବନ୍ତ। ଆଜି ବସିଥିବା ବିଧାୟକ ଦଳ ବୈଠକରେ ପ୍ରମୋଦଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। ନିଷ୍ପତ୍ତି ସମ୍ପର୍କରେ ଗୋଆ ଗସ୍ତରେ ଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଆନୁଷ୍ଠାନିକ ଘୋଷଣା କରିଛନ୍ତି।

ତୋମାର କହିଛନ୍ତି, ବିଧାୟକ ଦଳ ବୈଠକରେ ବିଶ୍ବଜିତ ରାଣେ ପ୍ରମୋଦଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଯାହାକୁ ଅନ୍ୟମାନେ ସମର୍ଥନ କରିବା ସହ ସର୍ବସମ୍ମତି କ୍ରମେ ପ୍ରମୋଦଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। ସେ ଆସନ୍ତା ୫ ବର୍ଷ ଯାଏ ବିଜେପି ବିଧାୟକ ଦଳ ନେତା ଓ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ରହିବେ।

ମୁଖ୍ୟମନ୍ତ୍ରୀ ଭାବେ ଚୟନ ହେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରମୋଦ। ପ୍ରମୋଦ କହିଛନ୍ତି, ରାଜ୍ୟବାସୀ ତାଙ୍କୁ ଆଉ ଥରେ ସୁଯୋଗ ଦେଇଥିବାରୁ ସେ କୃତଜ୍ଞ ଓ ସେ ଗୋଆର ବିକାଶ ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିବେ।