ଦେବଗଡ଼,ଏନ୍ଏନ୍ଏସ୍: ପ୍ରେମ ବିବାହକୁ ପରିବାର ଲୋକ ବିରୋଧ କରିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରେମୀଯୁଗଳ। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ଦେବଗଡ଼ ଥାନା ପୁଲିସ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୨ ଘଣ୍ଟାର ଚିକିତ୍ସା ପରେ ପ୍ରେମୀ ଯୁଗଳ ସୁସ୍ଥ ହେଇଥିଲେ। ଆଜି ଦେବଗଡ଼ ଥାନା ପୁଲିସର ସହାୟତାରେ ଉଭୟ ପରିବାରଙ୍କୁ ବୁଝାସୁଝା ପରେ ଲିଖିତ ଚୁକ୍ତିନାମା ପରେ ଗୋକର୍ନେଶ୍ୱର ମନ୍ଦିରରେ ଉଭୟ ପରସ୍ପରକୁ ଫୁଲହାର ପିନ୍ଧାଇ ଆପଣାଇଥିଲେ। ପରେ ଥାନାରେ ମଧ୍ୟ ପରସ୍ପରକୁ ଫୁଲହାର ଦେଇ ଜୀବନ ସାଥି ଭାବେ ଗ୍ରହଣ କରିଥିଲେ।
