କୋଟିଆ ବିବାଦ: ଆନ୍ଧ୍ରର ରିଟ୍ ପିଟିସନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ/ଭୁବନେଶ୍ବର,ଏଜେନ୍ସି: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟରୁ ଝଟକା ଖାଇଲା ଆନ୍ଧ୍ର। କୋଟିଆ ଆନ୍ଧ୍ରର ବୋଲି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଆଜି ଶୁଣାଣି ହୋଇଥିଲା। ଏହି ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ଆନ୍ଧ୍ର ସରକାର ତଥା ସେଠାକାର ଲୋକ ପ୍ରତିନିଧି ଓଡିଶାର କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାସହ ନିକଟରେ ଓଡିଶା ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରିଥିବା ବେଳେ ଏହା ଅସିଦ୍ଧ ବୋଲି ଯୁକ୍ତି ଦର୍ଶାଇ ନିର୍ବାଚନକୁ ବାତିଲ ପାଇଁ ଆବେଦନ କରିଥିଲେ। ଏହାସହ କୋଟିଆ ଆନ୍ଧ୍ର ପ୍ରଦେଶର ବୋଲି ବିବେଚନା କରିବାକୁ ନିବେଦନ କରିଥିଲେ।

ଓଡିଶା ଏହାକୁ ବିରୋଧ କରିବା ସହ ଶୁଣାଣି ବେଳେ ଦୃଢ ଯୁକ୍ତି ଉପସ୍ଥାନ କରିଥିଲେ ଆଇନଜୀବୀ ଶିବ ଶଙ୍କର ମିଶ୍ର। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଆନ୍ଧ୍ରର ରିଟ ପିଟିଶନକୁ ଖାରଜ କରି ଦେଇଛନ୍ତି। ମୂଳ ମାମଲାର ଶୁଣାଣି ପାଇଁ ସର୍ବୋଚ୍ଚ କୋର୍ଟ ରାଜି ହୋଇଥିବାରୁ ମାମଲାକୁ ରଦ୍ଦ କରିବାକୁ ଦାବି କରିଥିଲା ଓଡିଶା।