ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍। ପୁଲିସ ରାଜଧାନୀ ଦିଲ୍ଲୀର ସୀମାପୁରୀ ଅଞ୍ଚଳରୁ ଏକ ସନ୍ଦିଗ୍ଧ ବ୍ୟାଗ ଜବତ କରିଛି। ତେବେ ଏହାକୁ କିଏ ଓ କଣ ପାଇଁ ରଖିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ।
ଆଜି ସନ୍ଧ୍ୟାରେ ସନ୍ଦିଗ୍ଧ ବ୍ୟାଗ ବାବଦରେ ଖବର ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ବ୍ୟାଗ୍ରେ ଆଇଇଡି ବିସ୍ଫୋରକ ଥିବା ଅନୁମାନ କରାଯାଉଛି। ଏହାସହ ସ୍ଥାନୀୟ ଅଂଚଳକୁ ସିଲ କରାଯାଇଛି।
ତେବେ ଦିଲ୍ଲୀ ପୋଲିସର କହିବାନୁସାରେ, ବ୍ୟାଗଟି ପୁରୁଣା ସୀମାପୁରୀର ଡି-୪୨ ଲେନ୍ର ଏକ ଘରୁ ମିଳିଥିଲା। ସ୍ପେସାଲ ସେଲ୍ ପକ୍ଷରୁ ଏ ନେଇ ତଦନ୍ତ କରାଯାଉଛି। ବ୍ୟାଗ୍ରେ କଣ ଅଛି ସେ ନେଇ ଖୋଳତାଡ଼ ଜାରି ରହିଛି।