ନୂଆଦିଲ୍ଲୀ,ଏଜେନ୍ସି: ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ରା ରାମକ୍ରୀଷ୍ଣାଙ୍କ ଘରେ ଆୟକର ବିଭାଗର ଚଢଉ। ବେଆଇନ୍ ଭାବରେ ଷ୍ଟକ୍ ଏକ୍ସଚେଞ୍ଜର ଗୁରୁତ୍ୱପୂର୍ଣ୍ଣ ସୂଚନା ଥାର୍ଡ ପାର୍ଟିଙ୍କୁ ଲିକ୍ କରୁଥିବାର ଚିତ୍ରାଙ୍କ ନାମରେ ଅଭିଯୋଗ ରହିଛି ଯାହାକୁ ନେଇ ଆଜି ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି।
ସୂଚନା ଅନୂସାରେ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଚିତ୍ରା ଏନଏସଇର ଏମ.ଡି ଥିଲେ ଏହି ସମୟରେ ସେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିଥିବା ସଂକ୍ରାନ୍ତରେ ତାଙ୍କୁ ଓ ତାଙ୍କର ପୂର୍ବତନ ଉପଦେଷ୍ଟାଙ୍କୁ ଫେବ୍ରୁଆରି ୧୧ ତାରିଖରେ ‘ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ’ (ସେବି) କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।
ଏହା ପରଠାରୁ ବିବାଦୀୟ ହୋଇପଡ଼ିଥିଲେ ଚିତ୍ରା ରାମକ୍ରୀଷ୍ଣା। ‘ଚିଫ୍ ଷ୍ଟ୍ରଟେଜିକ୍ ଅଫିସର ଭାବେ ଆନନ୍ଦ ସୁବ୍ରମଣିୟାନ୍ଙ୍କ ନିଯୁକ୍ତି ବେଳେ ଅନିୟମିତତା କାରଣରୁ ‘ସେବି’ ତାଙ୍କ ଉପରେ ୩ କୋଟି ଟଙ୍କା ଜୋରିମାନା କରିଥିବା ସୂଚନା ମିଳିଛି।