ରାମ ମନ୍ଦିର ଭାରତର ରାଷ୍ଟ୍ରୀୟ ମନ୍ଦିର ହେବ: ଯୋଗୀ ଆଦିତ୍ୟନାଥ

କରହଲ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିିରେ ରଖି ମେନପୁରୀସ୍ଥିତ କରହଲରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଯେଉଁ କରୋନା ସମଗ୍ର ବିଶ୍ୱକୁ ଅଟକାଇଦେଲା ତାହା ରାମ ମନ୍ଦିର ରାସ୍ତାକୁ ରୋକିପାରିଲାନି । ୨୦୨୩ରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ଅଯୋଦ୍ଧାରେ ନିର୍ମାଣ ହେବ ଏବଂ ରାମ ମନ୍ଦିର ଭାରତର ରାଷ୍ଟ୍ରୀୟ ମନ୍ଦିର ହେବ ।’

ଯୋଗୀ ଆଦିତ୍ୟନାଥ ଆହୁରି କହିଛନ୍ତି ଯେ, ଉତ୍ତରପ୍ରଦେଶରେ ଆମେ ଏପରି ସ୍ଥିତି କରିଦେଇଛୁ କି କୌଣସି ଗୁଣ୍ଡା ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବ ନାହିଁ । ଆମେ ୟୁପିର ପରିଚୟ ଖରାପ ହେବାକୁ ଦେବୁନାହିଁ ।