ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣା ସିବିଆଇ ତଦନ୍ତ ଦାବିକଲେ ରୂପା ଗାଙ୍ଗୁଲି ଓ ଶେଖର ସୁମନ

ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡର ଯୁବ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି। ଅନେକ ଏହାକୁ ଆତ୍ମହତ୍ୟା ବୋଲି ମାନିବାକୁ ମଧ୍ୟ ପ୍ରସ୍ତୁତ ନୁହନ୍ତି। ପୂର୍ବକୁ ଅନେକ ନେତା, ଅଭିନେତା ସୁଶାନ୍ତଙ୍କ ସିବିଆଇ ଯାଞ୍ଚ ଦାବି କରିଥିଲେ। ଏଥିରେ ସାମିଲ ହୋଇଛନ୍ତି ବିଜେପି ରାଜ୍ୟସଭା ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲି। ସୁଶାନ୍ତ ଡିପ୍ରେସନ କାରଣରୁ ଆତ୍ମହତ୍ୟା କରିଛନ୍ତି। ତେଣୁ କେଉଁଭଳି ଡିପ୍ରେସନ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି, ସେଥିରୁ ପରଦା ଉଠିବା ଦରକାର ବୋଲି ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

କେବଳ ରୂପା ନୁହେଁ ବରିଷ୍ଠ ଅଭିନେତା ଶେଖର ସୁମନ ମଧ୍ୟ ଏଥିରେ ସାମିଲ ହେବାସହ ଉଲ୍ଲେଖ କରିଛନ୍ତି ଯେ, ସୁଶାନ୍ତ ଜଣେ ଦୃଢ ମନୋବଳ ଯୁକ୍ତ ଖୁସି ମିଜାଜ ଅଭିନେତା ଥିଲେ, ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ସେନେଇ ସିବିଆଇ ତଦନ୍ତ ହେବା ଦରକାର।