ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଟଭାସରୁଆ ଲ୍ୟାମ୍ସରୁ ଆଜି ଅପରାହ୍ଣରେ ଚାଷୀମାନେ ନିଜଘରକୁ ଧାନ ନେଇଯାଇଥିବା ଦେଖିବାକୁ ମିଳିଥିଲା। ଏହି ଚାଷୀମାନେ ମାର୍ଚ୍ଚ ମାସରେ ଅମଳ ହୋଇଥିବା ଧାନକୁ ଲ୍ୟାମ୍ସ ଜରିଆରେ ସରକାରଙ୍କୁ ବିକ୍ରି କରିଥିଲେ। ହେଲେ ଧାନ ଟଙ୍କା ପାଇନଥିଲେ । ବୁଧବାର ସକାଳେ ଏକ ପଶ୍ଚିମବଙ୍ଗର ନମ୍ବର ଥିବା ଟ୍ରକରେ ଭାରପ୍ରାପ୍ତ ସମବାୟ ସମିତି ଶାଖା ପରିଚାଳକ ଚିତ୍ତରଞ୍ଜନ ନାଏକ ଧାନ ଚାଲାଣ କରୁଥିବା ଖବରପାଇ ଚାଷୀମାନେ ଏହାକୁ ବିରୋଧ କରିଥିଲେ। ବୁଧବାର ଅପରାହ୍ଣରେ ଚାଷୀ ଗାଡିକରି ନିଜନିଜ ଧାନ ଘରକୁ ନେଇଯାଇଥିଲେ।
ଏନେଇ କପୁଣ୍ଡି ଗ୍ରାମର ଚାଷୀଙ୍କୁ ପଚାରିବାରୁ ଏତେଦିନ ହେବ ଟଙ୍କା ନପାଇବା ଏବଂ ଅମକୁ ନଜଣାଇ ଧାନ ପାର କରୁଥିବାରୁ ଲ୍ୟାମ୍ସ କର୍ମଚାରୀ ଉପରେ ଆସ୍ଥା ତୁଟିଯାଇଥିଲା। ତେଣୁ ଆମେ ଦେଇଥିବା ଧାନ ଘରକୁ ନେଇଯାଉଛୁ। ଏନେଇ ଲ୍ୟାମ୍ସର ଚିତ୍ତରଞ୍ଜନ ନାଏକଙ୍କୁ ପଚାରିବାରୁ ସରକାର ଧାନକିଣା ସାଇଟ ବନ୍ଦ କରିଦେଇଛନ୍ତି। ଏଣୁ ଖୋଲା ବଜାରରେ ଧାନ ବିକି ଚାଷୀଙ୍କୁ ଟଙ୍କା ଦେବା ବ୍ୟବସ୍ଥା କରୁଥିଲି।