ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ବ୍ଲକ୍ ଅର୍ଜୁନପୁର ପଞ୍ଚାୟତର କଂଗ୍ରେସ ସମର୍ଥିତ ସମିତିସଭ୍ୟା ସୂର୍ଯ୍ୟକାନ୍ତି ଛତ୍ରୀଆ ବୁଧୁବାର ଦିନ ବ୍ଲକ୍ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବ୍ଲକ୍ର ୨୬ଟି ପଞ୍ଚାୟତର ସମିତିସଭ୍ୟ ମାନେ ବ୍ଲକ୍ ସଭାକକ୍ଷରେ ଉପସ୍ଥିତ ରହିବା ପରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ବିଜେଡ଼ି ସମର୍ଥିତ ଉଡାର ସମିତିସଭ୍ୟା ଆନନ୍ଦିନୀ ଦଲାଇ ଓ କଂଗ୍ରେସ ସମର୍ଥିତ ସୂର୍ଯ୍ୟକାନ୍ତି ଛତ୍ରୀଆ ଉପାଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିଲେ। ଆନନ୍ଦିନୀ ୧୨ ଖଣ୍ଡ ଭୋଟ ପାଇଥିବା ବେଳେ ସୂର୍ଯ୍ୟକାନ୍ତି ୧୪ ଖଣ୍ଡ ଭୋଟ ପାଇ ଉପାଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି। ପୂର୍ବରୁ ବ୍ଲକ୍ ଅଧ୍ୟକ୍ଷ ଭାବେ କଂଗ୍ରେସ ସମର୍ଥନରେ ବିଜେଡି ନେତା ଦୟାନିଧି ଖମାରୀ ନିର୍ବାଚିତ ହୋଇଥିଲେ। ଅଧ୍ୟକ୍ଷଙ୍କ ପାଖରେ ୪ ଜଣ ସମିତିସଭ୍ୟ ଥିବାରୁ କଂଗ୍ରେସ ସମର୍ଥିତ ୧୧ ଜଣ ସମିତିସଭ୍ୟ ଆସି ସମର୍ଥନ ଜଣାଇଥିଲେ।
ଫଳରେ ଦେଓଗାଁ ବ୍ଳକ ର ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଅଧ୍ୟକ୍ଷ ୧୧ ଖଣ୍ଡ ଭୋଟ ପାଇଁ ପରାଜିତ ହୋଇଥିଲେ। ଏବେ କଂଗ୍ରେସ ସମର୍ଥିତ ସମିତି ସଭ୍ୟା ଉପାଧ୍ୟକ୍ଷ ହୋଇଥିବା ବେଳେ ବ୍ଲକ୍ ଅଧ୍ୟକ୍ଷ କେଉଁ ଦଳ କଜ ସମର୍ଥନ କରିବେ ତାକୁନେଇ ଆଲୋଚନା ଜାରି ରହିଛି।