ପୁରୀ ଓ ଭୁବନେଶ୍ୱରରେ ହେବ ସୂର୍ଯ୍ୟକିରଣ ଶୋ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାୟୁସେନା ପକ୍ଷରୁ ଓଡ଼ିଶାର ଦୁଇଟି ସ୍ଥାନରେ ଚିତାକର୍ଷକ ସୂର୍ଯ୍ୟକିରଣ ଶୋ ପ୍ରଦର୍ଶିତ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ସେ କହିଛନ୍ତି ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ଏବଂ ୧୮ ତାରିଖରେ ପୁରୀ ରାଜଭବନ ଉପରେ ଏହି ଶୋ କରାଯିବ।

ପୂର୍ବରୁ ୨୦୧୬ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶହେ ତମ ଜନ୍ମବାର୍ଷିକୀ ପାଳନ ଅବସରରେ ମହାନଦୀ କାଠଯୋଡ଼ି ପଠାରେ ହୋଇଥିଲା ସୂର୍ଯ୍ୟକିରଣ ଏରୋବାଟିକ୍ ଶୋ।

ବାୟୁସେନା ବିଶେଷଜ୍ଞଙ୍କ ସୂଚନା ମୁତାବକ, ଏହି ଶୋ ଖୁବ୍ ଆକର୍ଷଣୀୟ। ଏହି ଶୋ କରିବା ନିମନ୍ତେ ତାଲିମପ୍ରାପ୍ତ ପାଇଲଟ ନିୟୋଜିତ ହେବେ। ଏହି ଶୋ ପ୍ରାୟ ୨୦ରୁ ୨୫ ମିନିଟ୍ ହୋଇଥାଏ। ଅତ୍ୟାଧୁନିକ ବ୍ରିଟିଶ ନିର୍ମିତ ଏୟାରକ୍ରାପ୍ଟ ଏହି ଶୋ କରିବ। ୯ ଜଣିଆ କିମ୍ବା ୬ ଜଣିଆ ପାଇଲଟ ଦଳ ଶୋ କରିବେ।