ଓଟିଡିସିରେ ମିଳିବ ମାଣ୍ଡିଆ ମଣ୍ଡା, କାଙ୍ଗୁର ଇଟଲି, ସୁଆଁର ଦୋସା

ଭୁବନେଶ୍ବର,ଏନ୍ଏନ୍ଏସ୍: ଖୁବ ଶୀଘ୍ର ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି)ରେ ମିଳିବ ମାଣ୍ଡିଆର ମଣ୍ଡା, କାକରା ଏବଂ ସୁପ, କାଙ୍ଗୁର ଉପମା ଏବଂ ଇଟିଲି, ସୁଆଁର ଦୋସା ଏବଂ ବରା ଭଳି ମିଲେଟ୍ ରେ ତିଆରି ବିଭିନ୍ନ ପ୍ରକାର ସ୍ବାଦିଷ୍ଟ କିନ୍ତୁ ପୁଷ୍ଟିକର ଖାଦ୍ୟ। ଏଥିସଂକ୍ରାନ୍ତରେ ଓଡ଼ିଶା ମିଲେଟ ମିସନ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ବର ସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଂ ଟେକ୍ନୋଲୋଜି (ଆଇଏଚଏମ) ଏବଂ ପ୍ରୟୋଗ ପୁଷ୍ଟିକର ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଛି।

ଏଥିରେ ରାଜ୍ୟରେ ସ୍ଥିତ ବିଭିନ୍ନ ଓଟିଡିସିର ୧୮ ଜଣ ସେଫ୍ ଭାଗ ନେଇଥିଲେ। ସୂଚନା ଅନୁଯାୟୀ, ମିଲେଟ କହିଲେ ମାଣ୍ଡିଆ, କୁଦୋ, ଗୁର୍ଜି, ରକ୍ସି, କାଙ୍ଗୁ, ବାଜରା, ସୁଆଁ, କ୍ଷୀରା, ଜବାର ସମେତ ୯ଟି ପୋଷଣଯୁକ୍ତ ଖାଦ୍ୟ ଶସ୍ୟକୁ ବୁଝାଏ।