ସୌରଭ ଭାରଦ୍ୱାଜ ଓ ଆତିଶୀ ମର୍ଲେନା ହେବେ କେଜ୍ରିୱାଲ ସରକାରର ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ୍ୟାବିନେଟରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । କେଜ୍ରିୱାଲ ଆପ୍ ବିଧାୟକ ସୌରଭ ଭାରଦ୍ୱାଜ ଓ ଆତିଶୀ ମର୍ଲେନାଙ୍କ ନାମ କ୍ୟାବିନେଟ ମନ୍ତ୍ରୀ କରିବା ପାଇଁ ଉପରାଜ୍ୟପାଳ ବି.କେ ସକ୍ସେନାଙ୍କୁ ପଠାଇଛନ୍ତି ।

ସୂଚନାଯୋଗ୍ୟ, ସତ୍ୟେନ୍ଦ୍ର ଜୈନ ମନିଲଣ୍ଡ୍ରିଂ ମାମଲାରେ ଗତ ୯ ମାସ ହେବ ଜେଲରେ ଅଛନ୍ତି । ଅନ୍ୟପଟେ ମଦ ଘୋଟାଲା ମାମଲାରେ ମନିଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ଉଭୟ ମନ୍ତ୍ରୀ ନିଜ ପଦରୁ ଗତକାଲି ଇସ୍ତଫା ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ସ୍ୱୀକାର କରି ନେଇଥିଲେ ।