ବାୟୁସେନାରେ ବାହାରିଲା ଅଗ୍ନିବୀରର ନୂଆ ଭର୍ତ୍ତି

ନୂଆଦିଲ୍ଲୀ: ବାୟୁସେନାରେ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି ହୋଇଛି । ଭାରତୀୟ ବାୟୁସେନା ଅଗ୍ନିବୀର ବାୟୁରେ ନୂଆ ଭର୍ତ୍ତି ଲାଗି ବିଜ୍ଞପ୍ତି ଜାରି କରିଛି । ଏଥିପାଇଁ ଉଭୟ ପୁରୁଷ ଓ ମହିଳା ପ୍ରାର୍ଥୀ ଆବେଦନ କରିପାରିବେ । ଅନଲାଇନ ଆବେଦନ କରିବା ପ୍ରକ୍ରିୟା ମାର୍ଚ୍ଚ ୧୭ରୁ ଆରମ୍ଭ ହେବ । ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିବ । ଏହାପରେ ଲିଖିତ ପ୍ରକ୍ରିୟା ମେ’ ୨୦ରୁ ଆରମ୍ଭ ହେବ । ଆବେଦନକାରୀଙ୍କୁ ଅଧିକାରୀକ ୱେବସାଇଟ agnipathvayu.cdac.in ଆବେଦନ ପ୍ରକ୍ରିୟା ଦାଖଲ କରାଯିବ ।

ସୂଚନାଯୋଗ୍ୟ, ଗଣିତ, ପଦାର୍ଥ ବିଜ୍ଞାନ ଓ ଇଂରାଜୀ ସହ ଦ୍ୱାଦଶରେ ୫୦ ପ୍ରତିଶତ ହାସଲ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ସେମାନଙ୍କ ପାଖରେ ୩ ବର୍ଷର ଇଞ୍ଜିନିୟରିଂ ଡିପ୍ଲୋମାର ଡିଗ୍ରୀ ଥିବା ଉଚିତ । ଅନ୍ୟପଟେ ଅନ୍ୟ ବିଷୟ ପାଇଁ କୌଣସି ବିଷୟରେ ୫୦ ପ୍ରତିଶତ ଅଙ୍କ ସହ ଦ୍ୱାଦଶ ପାସ ପ୍ରାର୍ଥୀ ଆବେଦନ କରିପାରିବେ ।