ସୁପ୍ରିୟା ସୁଲେ ଓ ଅମର ପଟ୍ଟନାୟକଙ୍କ ସମେତ ୧୧ ସାଂସଦଙ୍କୁ ‘ସଂସଦ ରତ୍ନ ପୁରସ୍କାର’

ନୂଆଦିଲ୍ଲୀ: ଏନସିପିର ସୁପ୍ରିୟା ସୁଲେ ଓ ବିଜେଡିର ଅମର ପଟ୍ଟନାୟକଙ୍କ ସମେତ ୧୧ ସାଂସଦଙ୍କୁ ଚଳିତ ବର୍ଷ ‘ସଂସଦ ରତ୍ନ ପୁରସ୍କାର’ ଦିଆଯିବ । ଏଥିରେ ଲୋକସଭାରୁ ୮ଜଣ ଓ ରାଜ୍ୟସଭାରୁ ୪ଜଣ ରହିଛନ୍ତି । ଏନେଇ ପ୍ରାଇମ ପଏଣ୍ଟ ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାଇମ ପଏଣ୍ଟ ଫାଉଣ୍ଡେସନର ମୁଖ୍ୟ କେ ଶ୍ରୀନିବାସ କହିଛନ୍ତି ଯେ, ବର୍ତ୍ତମାନ ଲୋକସଭାର ପ୍ରାରମ୍ଭ ଓ ଗତ ବର୍ଷ ଶୀତକାଳୀନ ଅଧିବେସନ ସମୟରେ କାର୍ଯ୍ୟକାଳକୁ ଆଧାର କରି ସାଂସଦଙ୍କୁ ଉକ୍ତ ପୁରସ୍କାର ପାଇଁ ଚୟନ କରାଯାଇଛି ।