ସୁପ୍ରିମକୋର୍ଟରେ ଆଜିଠୁ ଆରମ୍ଭ ହେଲା ଲାଇଭ ଷ୍ଟ୍ରିମିଂ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜିଠୁ ନିଜ ସମ୍ବିଧାନ ପୀଠ କାର୍ଯ୍ୟକ୍ରମର ଲାଇଭ ଷ୍ଟ୍ରିମିଂ ଆରମ୍ଭ କରିଛନ୍ତି । ଫଳରେ ଲୋକେ ଏବେ ଘରେ ବସି ସୁପ୍ରିମକୋର୍ଟର କାର୍ଯ୍ୟକ୍ରମକୁ ଲାଇଭ ଦେଖିପାରିବେ । ଏନେଇ ସୁପ୍ରିମକୋର୍ଟ ତରଫରୁ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି ।

webcast.gov.in/scindia/ ମାଧ୍ୟମରେ କୋର୍ଟର ଶୁଣାଣୀ ଦେଖାଯାଇ ପାରିବ । ଲୋକେ ବିନା କୌଣସି ସମସ୍ୟାରେ ଲାଇଭ ଷ୍ଟ୍ରିମିଂକୁ ନିଜ ମୋବାଇଲ ଫୋନ, ଲ୍ୟାପଟପ ଓ କମ୍ପ୍ୟୁଟରରେ ଦେଖିପାରିବେ । କିନ୍ତୁ ଏଥିରେ ସେୟାରିଂ ଓ ରେକର୍ଡିଂ ଉପରେ ରୋକ ଲଗାଯାଇଛି ।