୨୩ ସପ୍ତାହ ପରେ ସାମ୍ବାଦିକ ସିଦ୍ଦିକି କପ୍ପାନଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ:ହାଥରସ ଗ୍ୟାଙ୍ଗରେପ-ହତ୍ୟା ମାମଲାରେ ହିଂସା ନେଇ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ କେରଳ ସାମ୍ବାଦିକ ସିଦ୍ଦିକି କପ୍ପାନଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସର୍ତ୍ତ ଅନୁସାରେ, ସିଦ୍ଦିକି ଆଗାମୀ ୬ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ ଓ ସ୍ଥାନୀୟ ଥାନାରେ ହାଜର ହେବେ । ଏହାପରେ ହିଁ କେରଳ ଯାଇପାରିବେ ବୋଲି କୋର୍ଟ ଆଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୨୦ ଅକ୍ଟୋବର ୫ରେ ହାଥରସ ଯାଉଥିବା ସମୟରେ ସିଦ୍ଦିକି କପ୍ପାନଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଥିଲା । ଏହାପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଘଟଣାକୁ ଗମ୍ଭୀର ଦର୍ଶାଇ ଜାମିନ ଆବେଦନ ଖାରଜ କରିଥିଲେ ।