ବିଦାୟୀ ଭାଷଣରେ କିଛି ଏମିତି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଏନବୀ ରମଣାଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି । ଆଜି ରମଣାଙ୍କ ପାଇଁ ବିଦାୟକାଳୀନ ସମାରୋହ ଆୟୋଜନ କରାଯାଇଥିଲା । ବିଦାୟୀ ଭାଷଣରେ ରମଣା କହିଛନ୍ତି ଯେ, ନ୍ୟାୟପାଳିକା ସାଧାରଣ ଜନତାଙ୍କଠାରୁ ବେଶ୍ ଦୂରରେ ଥିବା ନେଇ ସମସ୍ତେ ବିଶ୍ୱାସ କରୁଥିଲେ । ଏବେ ବି ଲକ୍ଷାଧିକ ଲୋକ ଅଛନ୍ତି ଯାହାଙ୍କୁ ନ୍ୟାୟିକ ସାହଯ୍ୟର ଆବଶ୍ୟକତା ରହିଛି ଏବଂ ସେମାନେ ଜରୁରୀ ସମୟରେ କୋର୍ଟ ସହ ସମ୍ପର୍କ କରିବାକୁ ନେଇ ମଧ୍ୟ ଭୟଭୀତ ଅଛନ୍ତି ।

ନ୍ୟାୟପାଳିକା ମିଡିଆରେ ନିଜ କଥା ରଖିନଥାଏ । ହେଲେ ମିଡିଆ ନ୍ୟାୟପାଳିକା କଥା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇଥାଏ । ଏମିତିରେ ଲୋକେ ସମ୍ବିଧାନ ସମ୍ବନ୍ଧୀୟ ଜ୍ଞାନ ଆହୋରଣରୁ ବଞ୍ଚିତ ହୋଇଥାନ୍ତି । ମୁଁ କେବଳ ଲୋକଙ୍କୁ ନ୍ୟାୟ ଦେବାକୁ ନୁହେଁ ବରଂ ଦେଶବାସୀଙ୍କୁ ସଚେତନ କରିବା ଲାଗି ଚେଷ୍ଟା ଜାରି ରଖିଥିଲି ।

ସୂଚନାଯୋଗ୍ୟ, ଜଷ୍ଟିସ ଏନବୀ ରମଣା ସୁପ୍ରିମକୋର୍ଟରେ ପାଖାପାଖି ୮ ବର୍ଷ ଏବଂ ମୁଖ୍ୟ ବିଚାରପତି ରୂପେ ୨୧ ମାସ ରହିବା ପରେ ଆଜି ଅବସର ନେଇଛନ୍ତି ।