ଆଠମଲ୍ଲିକ ବିଧାୟକଙ୍କୁ ଲାଗିଲା କାଳିସୀ

ଅନୁଗୁଳ,ଏନ୍ଏନ୍ଏସ୍: ଲୋକଙ୍କ ବିଶ୍ୱାସ ବିଧାୟକଙ୍କ ଦେହରେ ସବାର ହୋଇଛି କାଳିସୀ । ଆଜି ଆଠମଲ୍ଲିକ ଆମ୍ବସରମୁଣ୍ଡା ଗୋଣ୍ଡ ସମାଜର ସାମ୍ବଦଶମୀ ଉତ୍ସବ ପାଳନ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ। କଲଶ ଯାତ୍ରା ଓ ପୂଜା ପାଠ ଚାଲିଥିବା ବେଳେ ହଠାତ ବିଧାୟକଙ୍କ ଆଚାରରେ ପରିବର୍ତ୍ତନ ଦେଖା ଗଲା। ବିଧାୟକ ଅଚାନକ ଥରିବାକୁ ଲାଗିଲେ। ପରେ ହାତରେ ଖଣ୍ଡା ଧରି ନାଚିବାକୁ ଲାଗିଲେ।

ଲୋକେ ବିଶ୍ୱାସ କଲେ ବିଧାୟକଙ୍କ ଶରୀରରେ କାଳସୀ ଲାଗିଛି। ଲୋକେ ତାଙ୍କୁ ପୂଜାର୍ଚ୍ଚନା କରିବା ଆରମ୍ଭ କଲେ। ଏଭଳି ଦୀର୍ଘ ସମୟ ଧରି ଚାଲିଲା। ତେବେ ଜଣେ ଉଚ୍ଚ ଶିକ୍ଷିତ, ପୂର୍ବତନ ପ୍ରଶାସକ ତଥା ବର୍ତମାନର ବିଧାୟକଙ୍କ ଶରୀରରେ ପ୍ରକୃତରେ କାଳସୀ ଲାଗିଥିଲା ନା ଲୋକଙ୍କ ମନ ଜିଣିବାକୁ ଏଭଳି ଅଭିନୟ କରିଥିଲେ । ଏମିତି ଅନେକ ଆଲୋଚନା ଚାଲିଛି।