ଧାର ଟଙ୍କା ପାଇଁ ଅପହରଣ ଅଭିଯୋଗ

ଗଂଜାମ,ଏନ୍ଏନ୍ଏସ୍: ବେଗୁନିଆପଡ଼ା କୋଅପରେଟିଭ ସୋସାଇଟ ବ୍ୟାଙ୍କ ସୁପର ଭାଇଜର ନବୀନ ପଟ୍ଟନାୟକଙ୍କୁ ବ୍ରହ୍ମପୁର ମର୍ଦ୍ଧରାଜ ଭେଣ୍ଡିଂଜୋନ (କମାପଲ୍ଲୀ) ରୁ କେତେକ ବ୍ୟକ୍ତି ଅପହରଣ କରିନେଇଛନ୍ତି ବୋଲି ଜୟ ପ୍ରକାଶ ନଗରରେ ରହୁଥିବା ତାଙ୍କ ପତ୍ନୀ ମୀନତି ପଟ୍ଟନାୟକ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି ।

ଆଜି ସକାଳେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଧାର ଟଙ୍କାକୁ କେନ୍ଦ୍ର କରି ଏହି ଅପହରଣ କରାଯାଇଛି । ଏ ସମ୍ପର୍କରେ ବୈଦ୍ୟନାଥପୁର ଥାନା ଆଇଆଇସିଙ୍କୁ ଯୋଗାଯୋଗ କରାଯିବା ପରେ ଉତରରେ ସେ କହିଛନ୍ତି ବର୍ତମାନ ଘଟଣାର ତଦନ୍ତ କରାଯାଉଛି । ପରେ ଏହାର ବିବରଣୀ ପ୍ରଦାନ କରାଯିବ ।