Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜନ୍ମବେଦୀରେ ସରିଲା ଲୀଳାଖେଳା: ଆଜି ମହଣ ମହଣ ସୁନାରେ ଝଟକିବେ ଶ୍ରୀଜିଉ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜନ୍ମବେଦୀରେ ସରିଲା ଲୀଳାଖେଳା: ଆଜି ମହଣ ମହଣ ସୁନାରେ ଝଟକିବେ ଶ୍ରୀଜିଉ

ପୁରୀ: ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡିଛନ୍ତି ମହାପ୍ରଭୁ । ଆଜି ଗୁରୁବାର ଆଷାଢ଼ ଶୁକ୍ଲ ଏକାଦଶୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ବା ବଡତଡାଉ ଅନୁଷ୍ଠିତ ହେବ । ମହଣ ମହଣ ସୁନାରେ ଝଟକିବେ ଶ୍ରୀଜିଉ । ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ । ନୀତି ନିର୍ଘଣ୍ଟ ଅନୁଯାୟୀ, ଅପରାହ୍ନ ୫ଟାରୁ ଭକ୍ତମାନେ ରଥାରୂଢ ଚତୁର୍ଦ୍ଧାବିଗ୍ରହଙ୍କୁ ସୁନାବେଶର ଦର୍ଶନ କରିବେ । ସୁନାର କିରିଟ, କୁଣ୍ଡଳ, ରତ୍ନଖଚିତ ଘାଗଡା ମାଳି, ବାହାଡା ମାଳି, ତାବିଜ ମାଳି, ହରିଡା ମାଳି, ବାଘନଖୀ ମାଳି, କଦମ୍ବ ମାଳି, ସେବତୀ ମାଳି, ହଳମୁଷକ, ତିଳକ, ଚକ୍ର, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ତଡଗି ଓ ଓଡ଼ିଆଣୀ ଇତ୍ୟାଦି ଆଭୂଷଣରେ ଆଭୂଷିତ ହେବେ ମହାପ୍ରଭୁ । କାଳିଆ ସାଆନ୍ତେଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ବୁଧବାର ମହାପ୍ରଭୁ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଲୀଳାଖେଳା ସାରି ଭାଇଭଉଣୀକୁ ସାଙ୍ଗରେ ନେଇ ରଥରେ ବାହୁଡିଛନ୍ତି । ସନ୍ଧ୍ୟାରେ ସିଂହଦ୍ବାରା ସମ୍ମୁଖରେ ତିନି ରଥ ଲାଗିଛି । ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ବାରରେ ଲାଗିଥିଲା । ଶେଷରେ ଘର୍ଘର ନାଦ କରି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଗଡି ଆସିଥିଲା । ଗତକାଲି ପାଗ ଅନୁକୂଳ ଥିବାବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଶ୍ରୀଜିଉଙ୍କ ପବିତ୍ର ବାହୁଡା ଯାତ୍ରା ସମ୍ପନ୍ନ ହୋଇଛି ।