Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଛତିଶଗଡ ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ହେଲେ ଉପମୁଖ୍ୟମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଛତିଶଗଡ ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ହେଲେ ଉପମୁଖ୍ୟମନ୍ତ୍ରୀ

ରାୟପୁର: ଛତିଶଗଡ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ । ଉପମୁଖ୍ୟମନ୍ତ୍ରୀ ହେଲେ ଟିଏସ୍ ସିଂହଦେଓ । ବୁଧବାର ରାତିରେ ବରିଷ୍ଠ କଂଗ୍ରେସ ନେତା ଟିଏସ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ଛତିଶଗଡ ବିଧାନସଭା ନିର୍ବାଚନ ପୂର୍ବରୁ ଏପରି ଗୋଟି ଚାଳନା କରିଛି କଂଗ୍ରେସ । ଏକ ବିବୃତ୍ତିରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସିଂହଦେଓଙ୍କ ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରସ୍ତାବକୁ ମୋହର ମାରିଛନ୍ତି ।
କେସି ବେଣୁଗୋପାଳ ଟ୍ବିଟ୍ କରିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ଭାବେ ଟିଏସ୍ ସିଂହଦେଓଙ୍କ ସେବାରେ ରାଜ୍ୟବାସୀ ଅନେକ ମାତ୍ରାରେ ଉପକୃତ ହେବ । ସିଂହଦେଓ ଜଣେ ସଚ୍ଚୋଟ କଂଗ୍ରେସ ନେତା ଏବଂ ଦକ୍ଷ ପ୍ରଶାସକ ମଧ୍ୟ । ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆସନ୍ତା ନିର୍ବାଚନରେ ଛତିଶଗଡବାସୀ ପୁଣିଥରେ ପ୍ରଚଣ୍ଡ ବହୁମତରେ କଂଗ୍ରେସକୁ ନିର୍ବାଚିତ କରିବେ ବୋଲି ଆମର ବିଶ୍ବାସ ।
ଛତିଶଗଡରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ବିଟ୍ କରି ଟିଏସ୍ ସିଂହଦେଓଙ୍କୁ ଅଭିନନ୍ଦନ ଜଣାଇବା ସହ ଆମେ ପ୍ରସ୍ତୁତ ବୋଲି ଉଲ୍ଲେଖ କରିଛନ୍ତି । କହିରଖୁଛୁ କି, ରାଜ୍ୟରେ ବାଘେଲଙ୍କୁ କାକା ଏବଂ ଟିଏସ୍ ସିଂହଦେଓଙ୍କୁ ବାବା ବୋଲି ସମ୍ବୋଧନ କରାଯାଏ । ୨୦୨୮ ବିଧାନସଭା ନିର୍ବାଚନରେ ବାଘେଲ ଓ ଟିଏସ୍ ସିଂହଦେଓଙ୍କ ଯୋଡି କଂଗ୍ରେସକୁ ନିର୍ବାଚନ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଚଳିତ ବର୍ଷ ଶେଷରେ ଛତିଶଗଡ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ଦୃଷ୍ଟିରୁ ଗତକାଲି(ବୁଧବାର) ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିଲା । ବୈଠକରେ ଛତିଶଗଡରେ ନିର୍ବାଚନ ପ୍ରସ୍ତୁତି ଓ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା ।