ପରଲୋକରେ ସମାଜସେବୀ ସୁକୁମାର ଦାସ

ବାରିପଦା, ଏନ୍ଏନ୍ଏସ୍: ବାରପଦା ସହରର ବିଶିଷ୍ଟ ସମାଜସବେୀ ଡ଼ା. ସୁକୁମାର ଦାସ (୭୬)କୋଭିଡରେ ପ୍ରାଣ ହରାଇଛନ୍ତି। ସେ କରୋନା ଆକ୍ରାନ୍ତ ହେବାପରେ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ଅପରାହ୍ଣରେ ତାଙ୍କର ପରଲୋକ ହୋଇଛି। ସୂଚନା ଯୋଗ୍ୟ ଯେ, ଡ଼ାକ୍ତର ଦାସ ସରକାରୀ ଚାକିରିକୁ ତ୍ୟାଗ କରି ଜନସାଧାରଣଙ୍କ ସେବା ପାଇଁ ନିଜକୁ ସମର୍ପିତ କରିଥିଲେ। ବାରିପଦା ପୌରପରିଷଦରେ ସାର ଡ଼ାନିଏଲ୍ ହାମିଲଟନ୍ ଚାରିଟେବଲ ଟ୍ରଷ୍ଟର ମୁଖ୍ୟ ଉଦ୍ୟୋକ୍ତା ରହିଥିବା ବେଳେ ମାଗଣାରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ। ଏହାସହ ଗରିବ ରୋଗୀମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦେଉଥିଲେ।