ସ୍ୱିଜରଲାଣ୍ଡରେ ସୁଇସାଇଡ୍ ମେସିନକୁ ସ୍ୱୀକୃତି

ଜେନିଭା,ଏଜେନ୍ସି: ସ୍ୱିଜରଲାଣ୍ଡ ସରକାର ଇତିମଧ୍ୟରେ ସୁଇସାଇଡ୍ ମେସିନ ‘ସାକ୍ରୋ’କୁ ସ୍ୱୀକୃତି ଦେଇଥିବା ଜଣାପଡିଛି। ଯେଉଁ ବ୍ୟକ୍ତି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରୁଛନ୍ତି, ସେମାନେ ଏହି ସାକ୍ରୋ ମେସିନ ଜରିଆରେ ନିଜର ଇଚ୍ଛା ପୂରଣ କରିପାରିବେ । ଉକ୍ତ ମେସିନ୍‌ଟି ଏକ କଫିନ୍ ଆକୃତିର ହୋଇଥିବାବେଳେ ବିନା ଯନ୍ତ୍ରଣାରେ ସଂପୃକ୍ତ ବ୍ୟକ୍ତି ମୃତ୍ୟୁଲାଭ କରିପାରିବେ ବୋଲି କୁହାଯାଇଛି। ଆଖିପିଛୁଳାକେ ଏହି ମେସିନ ମଧ୍ୟରେ ଥିବା ଅମ୍ଳଜାନସ୍ତର ସାଂଘାତିକଭାବେ ହ୍ରାସ ପାଉଥିବାରୁ ଏହା ଯନ୍ତ୍ରଣାମୁକ୍ତ ମୃତ୍ୟୁ ପାଇଁ ସର୍ବୋକୃଷ୍ଟ ବୋଲି କୁହାଯାଇଛି। ମେସିନ ମଧ୍ୟରେ ପ୍ରବେଶ କରିବାର ମାତ୍ର ଏକ ମିନିଟ ମଧ୍ୟରେ ସଂପୃକ୍ତ ବ୍ୟକ୍ତି ପ୍ରାଣ ହରାଇବେ ବୋଲି ଜଣାପଡିଛି। ବିଶ୍ୱରେ ସ୍ୱିଜରଲାଣ୍ଡ ସମେତ କେତେକ ହାତଗଣତି ରାଷ୍ଟ୍ରରେ ଇଚ୍ଛାମୃତ୍ୟୁକୁ ଆଇନସମ୍ମତ କରାଯାଇଛି।