ପଞ୍ଜାବ ବିଧାନସଭା ନିର୍ବାଚନ: ଅକାଳୀ ଦଳର ୯୧ ଜଣିଆ ପ୍ରାର୍ଥି ତାଲିକା ପ୍ରକାଶ

ଚଣ୍ଡିଗଡ଼,ଏଜେନ୍ସି: ୨୦୨୨ରେ ଅନୁଷ୍ଠିତ ହେବାକୁ ଥିବା ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଅକାଳୀ ଦଳ ପକ୍ଷରୁ ପ୍ରଥମ ଦଫାରେ ୯୧ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଅକାଳୀ ଦଳ ମାୟାବାତୀଙ୍କ ବହୁଜନ ସମାଜ ପାର୍ଟି ସହ ମେଣ୍ଟ କରିଛି। ଏହି ତାଲିକାରେ ୨୧ ଜଣ ପ୍ରଥମ ଥର ଦଳୀୟ ଟିକେଟ ପାଇଥିବାବେଳେ ୨୫ ଜଣ ମହିଳାଙ୍କୁ ସ୍ଥାନିତ କରାଯାଇଛି। ଅକାଳୀ ଦଳ ସହ ଦୀର୍ଘଦିନର ସମ୍ପର୍କ ଥିବା ବ୍ୟକ୍ତିଙ୍କୁ ପ୍ରଥମ ଥର ଟିକେଟ ମିଳିଛି।