ପାରିବାରିକ କଳହରୁ ଆତ୍ମହତ୍ୟା

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଟିକ୍ରାପଡ଼ା ଗ୍ରାମର କୈଳାସ ବିଶ୍ୱାଳ(ପପୁ) ଆଜି ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ଘରେ ଆଜି କୌଣସି କଥାକୁ ନେଇ କୈଳାସ ପରିବାର ଲୋକଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହାପରେ ଘର ଭିତରକୁ ଯାଇ ଫ୍ୟାନରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଟିକ୍ରାପଡା ଫାଣ୍ଡି ଅଧିକାରୀ ଏପି ସାହୁ ପ୍ରକାଶ କରିଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁକରି ଘଟଣା ସମ୍ପର୍କରେ ତଦନ୍ତ କରୁଛି।