ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ‘ଓଡ଼ିଶା ମୋ ପରିବାର, ଜୀବନବିନ୍ଦୁ’ ତରଫରୁ ରକ୍ତଦାନ ଶିବିର ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭରତପୁର ଠାରେ ଉଦଘାଟନ ହୋଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଓଡ଼ିଶା ମୋ ପରିବାର, ଜୀବନବିନ୍ଦୁର ଆବାହକ ଅରୂପ ପଟ୍ଟନାୟକ, ବିଧାୟକ ସୁଶାନ୍ତ କୁମାର ରାଉତ, ସୁବାସ ପାତ୍ର ଓ ନିର୍ବାଚନମଣ୍ଡଳୀ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଏକାମ୍ର ସଂଯୋଜକ ଅଶ୍ୱିନୀ ସୁନ୍ଦରାୟ,  ବିଜେଡିର ପୂର୍ବତନ କର୍ପୋରେଟର ଅମରେଶ ଜେନା, ସମୀର ପ୍ରଧାନ, ମଣ୍ଟୁ ନନ୍ଦ, ଭାରତୀ ସିଂ, ମାନସୀ ସୁନ୍ଦରାୟ, ମିହିର ରାଉତ , ହରେକୃଷ୍ଣ ନାୟକ, ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ଯୁବ ବିଜେଡି ନେତା କିଶୋର ସ୍ୱାଇଁ, ଲୋକେଶ କୁମାର, ଅକ୍ଷୟ ସ୍ୱାଇଁ, ବାଣୀ କଲ୍ୟାଣ, ସୌମ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ସ୍ଥାନୀୟ ବିଜେଡି ନେତା ସୁଲେଖ ରଥ, ଆଲୋକ କୁମାର ପାଣିଗ୍ରାହୀ, ଦିଲେଶ୍ କୁମାର ରକ୍ତଦାନ ଶିବିରକୁ ପରିଚାଳନା କରିଥିବା ବେଳେ ଏଥିରୁ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସମସ୍ତ ରକ୍ତଦାତାଙ୍କୁ ‘ଓଡ଼ିଶା ମୋ ପରିବାର’ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।