ଚନ୍ଦ୍ରପୁରୁ,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରୁ ଥାନା ଅନ୍ତର୍ଗତ ଆଜିପଙ୍ଗା ଗ୍ରାମର ଜଣେ ବ୍ୟକ୍ତି ଵେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଯୋଶେଫ ଵ୍ରେକଵେଡ଼ା (୪୦)। ମିଳିଥିବା ରିପୋର୍ଟ ମୁତାବିକ, ଆଜି ଭୋର ୫ଟା ଭିତରେ ଵ୍ରିଜ୍ ନିକଟସ୍ଥ ଜଙ୍ଗଲର ଏକ ଗଛରେ ଵେକରେ ଗାମୁଛା ଲଗାଇ ଯୋଶେଫ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ଗ୍ରାମବାସୀଙ୍କ ସହ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଚନ୍ଦ୍ରପୁରୁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ପୋଷ୍ଟମର୍ଟମ୍ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ଵୋଲି ଜଣାପଡ଼ିଛି। ଯୋଶେଫଙ୍କ ଆତ୍ମହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିିଁ।