ବାୟୁସେନା ପରେ ନୌସେନା କଲା ବ୍ରହ୍ମୋସର ବ୍ୟବହାରିକ ଟେଷ୍ଟ

ନୂଆଦିଲ୍ଲୀ,ଏଜେନ୍ସି: ଗୋଟିଏ ଦିନରେ ଡବଲ ବ୍ରହ୍ମୋସ ଟେଷ୍ଟ। ସଫଳତାର ସହ ଦମ ଦେଖାଇଲା ବ୍ରହ୍ମୋସ କ୍ଷପଣାସ୍ତ୍ର। ପ୍ରଥମେ ଫ୍ଲାଇଟ୍ ଟେଷ୍ଟ ପରେ ନୌସେନା ପାଇଁ ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି। ବୁଧବାର ପୂର୍ବ ସମୁଦ୍ରିକ ଅଞ୍ଚଳରେ ଯୁଦ୍ଧ ଜାହଜ INS ଦିଲ୍ଲୀରୁ ଏହି ପରୀକ୍ଷଣ କରାଯାଇଥିଲା। ଫ୍ରଣ୍ଟଲାଇନ ପ୍ଲାଟଫର୍ମରୁ ଇଣ୍ଟିଗ୍ରେଟେଡ୍ ନେଟୱାର୍କ-ସେଣ୍ଟ୍ରିକ୍ ଅପରେସନ୍ସର ବୈଧତା ସହ ବ୍ରାହ୍ମୋସର ଟେଷ୍ଟ ସଫଳ ହୋଇଛି। ତେବେ ବ୍ରହ୍ମୋସର ଏହା ଏକ ପରିବର୍ଦ୍ଧିତ ବା ଅଧିକ ଦୂରଗାମୀ ଲକ୍ଷ୍ୟ ଭେଦ କ୍ଷମତା ସମ୍ପର୍ଣ୍ଣ ନୂଆ ନାଭାଲ ଭର୍ସନ ଥିଲା।

ଆଜି ପୂର୍ବରୁ ବାୟୁସେନାର ଏକ ସୁଖୋଇ-30 MkI ବିମାନରୁ ବ୍ରାହ୍ମୋସ୍ କ୍ଷେପଣାସ୍ତ୍ରର ଉତକ୍ଷେପଣ କରାଯାଇଥିଲା। ଏହା ନୌସେନାର ଏକ ସେବାନିବୃତ ଜାହାଜ ଟାର୍ଗେଟକୁ କରି ନଷ୍ଟ କରିବାରେ ସଫଳ ହୋଇଥିଲା। ନୌସେନାର ସମନ୍ବୟରେ ଏହି ପରୀକ୍ଷଣ ସଫଳ ହୋଇଥିବା ବାୟୁସେନା ଘୋଷଣା କରିଥିଲା।