ଦିଲ୍ଲୀରେ ପୁଣି ହେଲା ମାସ୍କ ଜରୁରୀ, ନଚେତ୍ ୫୦୦ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟ ସହ ପୁଣିଥରେ ଦିଲ୍ଲୀରେ କରୋନ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ଚିନ୍ତାଜନକ ସ୍ଥିତିରେ ଆଜି ଦିଲ୍ଲୀ ବିପତ୍ତି ପ୍ରବନ୍ଧନ ପ୍ରାଧିକରଣ(ଡିଡିଏମଏ)ର ମହତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଆଉ ଏହାକୁ ଉଲଂଘନ କଲେ ୫୦୦ ଟଙ୍କା ଜୋରିମାନା ଭରିବାକୁ ପଡ଼ିବ । ଉକ୍ତ ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବେଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ଓ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସମେତ ଅନେକ ଅଧିକାରୀ ଉପସ୍ଥିତ ଥିଲେ ।