କୋଭିଡ-୧୯: କରୋନା ନେଇ ଏହି ରାଜ୍ୟଙ୍କୁ ସତର୍କ ରହିବାକୁ କେନ୍ଦ୍ର ଦେଲା ଆଦେଶ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ପୁଣି ଥରେ କରୋନା ଭାଇରସ ସକ୍ରିୟ ହେବାରେ ଲାଗିଛି। କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ଅଧିକ ସତର୍କତା ଅବଲମବନ କରିବା ପାଇଁ ପରାମର୍ଶ ଜାରି କରିଛନ୍ତି। କେନ୍ଦ୍ର ସରକାର ମଙ୍ଗଳବାର ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା, ମହାରାଷ୍ଟ୍ର ଓ ମିଜୋରାମକୁ ଆଲର୍ଟ କରିଛି। ସରକାର କହିଛନ୍ତି ଯେ, ଏହି ରାଜ୍ୟଗୁଡ଼ିକରେ ଭାଇରସ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରାଯାଉଛି। ଆବଶ୍ୟକ ପଡ଼ିଲେ ବଡ଼ ପଦକ୍ଷେପ ନେବା ପାଇଁ ମଧ୍ୟ କୁହାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଚିଠି ଲେଖି ଦିଲ୍ଲୀ ଓ ଅନ୍ୟ ୪ ରାଜ୍ୟକୁ ଯାଞ୍ଚ, ଚିହ୍ନଟ, ଚିକିତ୍ସା, ଟିକାକରଣ ଓ କୋଭିଡ ଉପଯୁକ୍ତ ବ୍ୟବହାର ପାଳନ ନେଇ ପାଞ୍ଚ ସୂତ୍ରୀୟ ରଣନୀତି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ପତ୍ରରେ ଭିଡ ସ୍ଥାନରେ ମାସ୍କ ପିନ୍ଧିବାକୁ ଜୋର ଦେଇଛନ୍ତି।