ବକ୍ସଅଫିସ୍‌ରେ ସୂର୍ଯ୍ୟବଂଶୀର ସଫଳତା, ଦୁଇଦିନରେ କମାଇଲା ୫୦ କୋଟି

ମୁମ୍ବାଇ,ଏଜେନ୍ସି: ପ୍ରଥମ ଦିନରେ ଅକ୍ଷୟ କୁମାର ଅଭିନୀତ ସୂର୍ଯ୍ୟବଂଶୀ ସିନେମା ବକ୍ସଅଫିସ୍‌ରେ ୨୬ କୋଟି ଟଙ୍କା କମେଇଛି। ବିଦେଶରେ ୧,୩୦୦ ସିନେମାଘରେ ଓ ଦେଶର ୪ ହଜାରରୁ ଊର୍ଦ୍ଧ୍ୱ ସିନେମାଘରେ ରିଲିଜ୍ ହୋଇଥିବା ଏହି ସିନେମା ଗୋଟିଏ ସପ୍ତାହରେ ୧୨୫ କୋଟିରୁ ଅଧିକ କମେଇବ ବୋଲି ଟ୍ରେଡ୍ ପଣ୍ଡିତମାନେ ଆଶା ରଖିଛନ୍ତି। ସୂଚନାଯୋଗ୍ୟ ଯେ ତିନିଦିନ ମଧ୍ୟରେ ଏହି ସିନେମା ୭୫ କୋଟିରୁ ଅଧିକ ରାଜସ୍ୱ ହାସଲ କରିଛି। ୨୬୦ରୁ ୨୭୦ କୋଟି ଟଙ୍କାରେ ନିର୍ମିତ ଏହି ସିନେମା ୪୦ କୋଟିରୁ ଅଧିକ ଲାଭ କରିବ ବୋଲି ସୂଚନା ମିଳୁଛି।