ମୁକେଶ ଅମ୍ବାନୀଙ୍କ ଘରେ ସୁରକ୍ଷା ବଢ଼ିଲା

ମୁମ୍ବାଇ,ଏଜେନ୍ସି: ମୁମ୍ବାଇ ପୁଲିସକୁ ଆସିଥିବା ଜଣେ ଟ୍ୟାକ୍ସି ଚାଳକଙ୍କ ଫୋନ ପରେ ପ୍ରସିଦ୍ଧ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଟ୍ୟାକ୍ସି ଚାଳକ ଜଣକ ପୁଲିସକୁ ଫୋନ କରି କହିଥିଲେ ଯେ ଦୁଇଜଣ ବ୍ୟକ୍ତି ତାଙ୍କୁ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆର ଠିକଣା ପଚାରୁଥିଲେ। ଆଉ ସାଙ୍ଗରେ ସେମାନେ କିଛି ବ୍ୟାଗ ବି ଧରିଥିଲେ। ଘଟଣାକୁ ଗମ୍ଭୀରତା ସହ ନେଇ ମୁମ୍ବାଇ ପୁଲିସ ଆଣ୍ଟିଲିଆର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରି ଦେଇଛି। ଡିସିପି ସ୍ତରର ଅଧିକାରୀମାନେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। ଆଣ୍ଟିଲିଆ ନିକଟବର୍ତ୍ତୀ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।