‘ପରାକ୍ରମ ଦିବସ’ ରୂପେ ପାଳିତ ହେବ ସୁଭାଷ ବୋଷଙ୍କ ଜନ୍ମ ଜୟନ୍ତୀ

ନୂଆଦିଲ୍ଲୀ: ଭାରତର ମହାନ ସ୍ୱତନ୍ତ୍ରତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀକୁ ‘ପରାକ୍ରମ ଦିବସ’ ରୂପେ ପାଳନ କରାଯିବ। ଅର୍ଥାତ୍ ଜାନୁଆରୀ ୨୩ ତାରିଖକୁ ପରାକ୍ରମ ଦିବସ ରୂପେ ପାଳନ କରାଯିବ ବୋଲି ସଂସ୍କୃତି ମନ୍ତ୍ରଣାଳୟ ସୂଚନା ଦେଇଛି। ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମିତି ଗଠନ କରିାଯାଇଛି। ମୋଦୀଙ୍କ ବ୍ୟତୀତ ଏହି ସମିତିରେ ରାଜନାଥ ସିଂହ, ଅମିତ ଶାହ, ମମତା ବାନାର୍ଜୀ, ଜଗଦୀପ ଧନକଡ଼, ମିଥୁନ ଚକ୍ରବର୍ତ୍ତୀ, କାଜୋଲ ଓ ଏଆର ରେହେମାନ ସମେତ ୮୪ଜଣ ସଦସ୍ୟ ରୂପେ ସାମିଲ ହେବେ ବୋଲି ଜଣାପଡ଼ିଛି।