୧୮ ଜିଲ୍ଲାରୁ ୧୨୨ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୮ଟି ଜିଲ୍ଲାରୁ ୧୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥମଧ୍ୟରୁ କ୍ୱାରେଣ୍ଟାଇନରୁ ୭୨ଜଣ ଓ ସ୍ଥାନୀୟ ସଂକ୍ରମଣ ୫୦ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୩ହଜାର ୫୬୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ୨୬, ସମ୍ବଲପୁରରୁ ୨୩, ପୁରୀରୁ ୧୭, ଅନୁଗୁଳରୁ ୧୦, ବରଗଡ଼ ଓ ନୂଆପଡ଼ାରୁ ୬ ଲେଖାଏଁ, ଖୋର୍ଦ୍ଧା ଓ ଭଦ୍ରକରୁ ୫ ଲେଖାଏଁ, ଗଞ୍ଜାମ ଓ ଝାରସୁଗୁଡ଼ା ଜିଲ୍ଲାରୁ ୪ଜଣ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ଆଜିର ୧୨୨ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୩ହଜାର ୫୬୬ରେ ପହଞ୍ଚିଛି। ଅନ୍ୟପଟେ ୩ଲକ୍ଷ ୨୯ ହଜାର ୮୦୧ ଜଣ ସୁସ୍ଥ ହୋଇଛନ୍ତି, ୧୯୦୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୮୧୦ ଜଣ ଚିକିତ୍ସିତ ହେଉଛନ୍ତି।