ଆଇନଜୀବୀ ସୁବାସ ଗଡ଼ତିଆଙ୍କ ପରଲୋକ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଓକିଲ ସଂଘର ବରିଷ୍ଠ ଆଇନଜୀବୀ ସୁବାସ ଗଡ଼ତିଆଙ୍କ ଅପରାହ୍ଣରେ ହୃଦ୍ଘାତରେ ପରଲୋକ ହୋଇଛି। ସ୍ୱର୍ଗତ ଗଡତିଆ ଆଜି ଘରେ ଥିବାବେଳେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ହୋଇଥିଲା। ତାଙ୍କର ଅକାଳ ବିୟୋଗରେ ବରଗଡ଼ ଜିଲ୍ଲା ଓକିଲ ସଂଘର ସଭାପତି ଶ୍ୟାମସୁନ୍ଦର ଅଦାବର, ସମ୍ପାଦକ ହରିହର ପ୍ରଧାନ, ଉପ ସଭାପତି ମାନଭଞ୍ଜନ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ମହାନ୍ତିଙ୍କ ସମେତ ବହୁ କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ,ଅତାବିରା ପୂର୍ବ ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ସ୍ୱର୍ଗତ ଗଡତିଆଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।