୨୨ ବର୍ଷ ଧରି ମରି ମରି ବଞ୍ଚିଛି, ପାଟି ବନ୍ଦ ରଖିବାକୁ ଧମକ ପାଇଛି: ଅଞ୍ଜନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ଅଭିଯୁକ୍ତ ବିବନ ବିଶ୍ୱାଳ ଦୀର୍ଘ ୨୨ ବର୍ଷ ପରେ ଧରାପଡ଼ିଛି। ଏହି ପରିପ୍ରେକ୍ଷୀରେ ଅଞ୍ଜନା ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୁଲିସ କମିସନର ସୁଧାଂଶୁ ଶେଖର ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଞ୍ଜନା ଘଟଣା ପରଠୁ ଆଜି ପର୍ଯ୍ୟନ୍ତର କଷ୍ଟ ବଖାଣିଛନ୍ତି।

ଅଞ୍ଜନା କହିଛନ୍ତି ଯେ, ୨୨ ବର୍ଷ ଧରି ମରି ମରି ବଞ୍ଚିଛି, ପାଟି ବନ୍ଦ ରଖିବାକୁ ଧମକ ପାଇଛି। ମୁଁ ରହୁଥିବା ଘରେ ବାରମ୍ବାର ପଥର ମାଡ଼ ହେବାରୁ ଘର ଛାଡ଼ିଦେଲି। ପଥର ମାଡ଼ ଘଟଣାରେ କଂଗ୍ରେସ କର୍ମୀ ସୁଶ୍ରୀ କାନୁନଗୋ ରହିଛନ୍ତି। ସୁଶ୍ରୀଙ୍କ ସ୍ୱାମୀ ସାମରିକ ବିଭାଗର କର୍ମଚାରୀ। ସୁଶ୍ରୀଙ୍କ ପ୍ରୋରୋଚନାରେ ତାଙ୍କ ସ୍ୱାମୀ ଯବାନ ଲଗାଇ ପଥର ମାଡ଼ କରୁଥିଲେ। ଏଥିସହିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସମୟରେ ବିବନ ଧରା ପଡ଼ିଥିଲେ ଭଲ ହୋଇଥାନ୍ତା। ଆଉ ବିପଦକୁ ସାମ୍ନା କରି ଚାଲିଲେ ନ୍ୟାୟ ନିଶ୍ଚିତ ମିଳିବ ବୋଲି ଅଞ୍ଜନା କହିଛନ୍ତି।