ସଇଁନ୍ତଲା,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବାରବାଟୀରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ବିଭିନ୍ନ ପଞ୍ଚାୟତ, ସ୍କୁଲ ଓ କଲେଜ ପରିସରରେ ଟିଭି ମାଧ୍ୟମରେ ସିଧା ପ୍ରସାରଣ ଦେଖିବାକୁ ମିଳିଥିଲା । ଅନେକ ସ୍ଥାନରେ ବିଶ୍ୱକପ ହକିକୁ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ନାଚ ଗୀତ ପରିବେଷଣ ହୋଇଥିଲା । ହେଲେ ବ୍ଲକ କାର୍ଯ୍ୟାଳୟ ପରିସରରେ ସିଧା ପ୍ରସାରଣ ଦେଖିବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷୟତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଅବ୍ୟବସ୍ଥା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ବିଡିଓ ଚନ୍ଦ୍ରମଣି ନାଗ, ତହସିଲଦାର ମନସିଫିଲ୍ କେରକେଟା, ସିଡିପିଓ ସବିତା ଦାଶ, ଏପିଓ ବନଜା ବାସିନୀ ଦାଶ ଓ ଜିପିଓ ପଦ୍ମକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।