ରାସ୍ତା ଅବରୋଧ କଲେ କଲେଜ ଛାତ୍ରୀ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରେ ପରିକ୍ଷା ତାରିଖ ଘୋଷଣାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ଯାହାକୁ ନେଇ ଛାତ୍ରୀମାନେ ମହାବିଦ୍ୟାଳୟ ସମ୍ମୁଖରେ ଥିବା ସହରର ମୁଖ୍ୟ ରାସ୍ତା କୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଫଳରେ ଏହି ରାସ୍ତାରେ ଗାଡିମୋଟର ଚଳାଚଳ ଓ ସାଧାରଣ ଜନତା କିଛି ସମୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଛାତ୍ରୀ ମାନଙ୍କ କହିବା ଅନୁସାରେ ନୂତନ ପାଠ୍ୟକ୍ରମ ଅନୁସାରେ ବହି ମିଳି ନଥିବା ବେଳେ ପାଠ ପଢା ହୋଇନାହିଁ । ସେମିଷ୍ଟର ମଧ୍ୟରେ ଛଅ ମାସ ବ୍ୟବଧାନ ଥିବା ବେଳେ ତିନି ମାସ ପୂର୍ବରୁ ପରିକ୍ଷା କରିବା ଓ ଗତ ବର୍ଷର ପରିକ୍ଷା ଫଳ ନବହାରିଥିବା କୁ ନେଇ ରାସ୍ତା ଅବରୋଧ କରିଥିଲେ। ଏନେଇ କଲେଜ ଅଧକ୍ଷ ଡ଼ଃ ସଦାଶିବ ମହାରଣା ଙ୍କୁ ପଚାରିବାରୁ କୋର୍ସ ଅନୁଯାଇ ପାଠ୍ୟକ୍ରମ ସାରି ଦିଆଯାଇଛି । ବହି ନମିଳିବା ରେ ଆମର କିଛି ଭୁମିକା ନାହିଁ ଓ ବିଶ୍ୱବିଦ୍ୟାଳୟ ନିୟମାନୁସାରେ ସବୁ ପରିକ୍ଷା କରଯାଉଥିବା ପ୍ରକାଶ କରିଥିଲେ ।