ହଷ୍ଟେଲ ଛାତରୁ ଖସି ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଭୁବନେଶ୍ୱର ଆଇଆଇଟିର ଜଣେ ଛାତ୍ର ଚିରାଗ ଜୈନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ସୋମବାର ରାତିରେ ହଷ୍ଟେଲ ଛାତରୁ ଖସି ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଛାତରୁ ପଡିଯିବା ପରେ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିପରି ଛାତରୁ ଖସି ପଡିଲେ ତାହା ଜଣାପଡିନଥିଲେ ହେଁ ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ଚିରାଗ କମ୍ପ୍ୟୁଟର ସାଇନ୍ସ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ହୋଇଥିବା ବେଳେ ତାଙ୍କ ଘର ମହାରାଷ୍ଟ୍ରର ପୁନେରେ ବୋଲି ଜଣାପଡିଛି । ଖବର ପାଇ ପୋଲିସ୍ ଚିରାଗଙ୍କ ମୃତଦେହ ଜବତ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି । ସେମାନେ ଏଠାରେ ପହଂଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।