ଅବପାତକୁ ଦୃଷ୍ଟିରେ ରଖି ଜିଲ୍ଲାରେ ହାଇଏଲାଟ

ରାୟଗଡ଼ା, ଏନ୍ଏନ୍ଏସ୍ : କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଂ ଅବପାତର ରୁପ ନେବାକୁ ଯାଉଥିବା ବେଳେ ଏହାର ପ୍ରଭାବରେ ଆସନ୍ତା କାଲିଠାରୁ ରାୟଗଡ଼ା , ଗଜପତି , ଗଞ୍ଜାମ , ପୁରୀ , କନ୍ଧମାଳ , ନୟାଗଡ଼ , ନୁଆପଡ଼ା ଏବଂ ବଲାଙ୍ଗିରରେ ଅତିରୁ ଅତିପ୍ରବଳ ବର୍ଷାର ପୁର୍ବାନୁମାନ କରିଛି ଭାରତୀୟ ପାରିପାଗ ବିଗ୍ୟାନ ସଂସ୍ଥା । ଏହାକୁ ନେଇ ମଙ୍ଗଳବାର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ମଧ୍ୟ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଥିବା ବେଳେ ଆବଶକିୟ ପୁର୍ବ ପ୍ରସ୍ତୁତି ପାଇଁ ନିର୍ଦ୍ଧେଶ ଦେଇଛନ୍ତି ରିଲିଫ କମିଶନର ।

ଏହାକୁ ଦେଖି ରାୟଗଡ଼ା ଜିଲ୍ଲାର ସମସ୍ତ ଅଧିକାରୀଙ୍କ ହାଇ ଏଲାଟ କରାଯାଇଥିବା କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । ଏନେଇ ଅପରାହ୍ନରେ ଜିଲ୍ଲା ସ୍ତରିୟ ଅଧିକାରୀଙ୍କ ସହିତ ୧୧ ବ୍ଲକର ବିଡ଼ିଓ , ତହସିଲଦାର , ଦୁଇଟି ମୁନିସିପାଲଟି ଏବଂ ଗୋଟିଏ ଏନ୍ଏସି ଅଧିକାରିଙ୍କ ସହିତ କ୍ଷେତ୍ର କର୍ମଚାରିଙ୍କୁ ନେଇ ଏବ ଜରୁରି ପ୍ରସ୍ତୁତି ବ୍ରେଠକ ଅନୁଷ୍ଟିତ ହୋଇଯାଇଛି । ରାୟଗଡ଼ା ସଦର ବ୍ଲକର ଶେଶଖାଲ , ଗୁଣପୁର ବ୍ଲକର ଜଗନ୍ନାଥପୁର , ବିଷମକଟକ ଏବଂ ମୁନିଗୁଡ଼ା ବ୍ଲକରେ ଥିବା ବାତ୍ୟା ଆଶ୍ରୟ ସ୍ଥଳିକୁ ପ୍ରସ୍ତୁତ ରଖିବାକୁ ନିଦେ୍ଧଶ ଦିଆୟାଇଥିବା ଜିଲ୍ଲାପାଳ କହିଛନ୍ତି ।

ତା’ ସହ ରାତିସୁଧା ପାଗର ପରିବର୍ତନକୁ ଦେଖି ଲୋକଙ୍କୁ ନାଗାବଳୀ , ଝଞ୍ଜାବତୀ , ବଂଶଧାରା ନଦୀର ନିମ୍ନ ଅବବାହିକାରେ ଥିବା ଲୋକଙ୍କ ସ୍ତାନାନ୍ତର କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ବିଡ଼ିଓ ଏବଂ ତହସିଲଦାର ମାନଙ୍କୁ ନିର୍ଦ୍ଧେଶ ନିଆଯାଇଥିବା ଶ୍ରୀ ବେହେରା ସୁଚନା ଦେଇଛନ୍ତି । ଏପରିକି ବର୍ଷାରେ ରାସ୍ତାଘାଟ ଯୋଗାଯୋଗ ବିଛିନ୍ନ ଆଶଙ୍କାକୁ ଦୃଷ୍ଟିରେ ରଖି ପୁର୍ତବିଭାଗ , ମୁନିସିପାଲଟି, ଏନ୍ଏସି ଗୁଡ଼ିକରେ ଜେସିବି , ଟ୍ରାକଟର ମହଜୁଦ ରଖିବା ପାଇଁ ନିଷ୍ପତି ନିଆଯାଇଛି । ସେହିଭଳି ଦମକଳ ବାହିନି ଏବଂ ଓଡ୍ରାଫ ଟିମକୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଧେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ।