ବଲାଙ୍ଗିର,ଏନ୍ଏନ୍ଏସ୍: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ହେଉଛି ଓଡିଶା ତଥା ପଶ୍ଚିମ ଓଡିଶାର ଗୋଟେ ପ୍ରମୁଖ ଶିକ୍ଷାନୁଷ୍ଠାନ। କିନ୍ତୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାର ପ୍ରାୟ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ମନସ୍ତତ୍ୱ ବିଭାଗ, ସମାଜ ଶାସ୍ତ୍ର, ମାନବ ଶାସ୍ତ୍ର ତଥା ବିଭିନ୍ନ ସେଲ୍ଫ୍ ଫାଇନାସିଂ କୋର୍ସ ଏମବିଏ, ଏମସିଏ ଓ ଇଣ୍ଟ୍ରିଗ୍ରେଟେଡ଼ ବିଇଡି ଭଳି ବିଭାଗ ଏ ପର୍ଯ୍ୟନ୍ତ ଖୋଲିନାହିଁ। ଏତଦ୍ବ୍ୟତୀତ ବିଭିନ୍ନ ବିଷୟ ଯଥା କମ୍ପ୍ୟୁଟର ବିଜ୍ଞାନ, ଦର୍ଶନ ଶାସ୍ତ୍ର, ଶିକ୍ଷା ବିଭାଗ, ଭୂଗୋଳ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ଦାନର ବ୍ୟବସ୍ଥା ନାହିଁ।
ଆହୁରି ଉଚ୍ଚତ୍ତର ଗବେଷଣା ପାଇଁ ମଧ୍ୟ ବିଶ୍ୱବିଦ୍ୟାଳୟରେ ସୁବିଧା ନାହିଁ। ଏଣୁ ଏହିସବୁ ବିଭାଗ ବିଶ୍ୱବିଦ୍ୟାଳୟରେ ନୂତନ ଭାବରେ ଖୋଲିବାକୁ ଦାବି ଜଣାଇ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ଜିଲ୍ଲା ଛାତ୍ର କଂଗ୍ରେସ କମିଟି ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ କୁଳପତିଙ୍କ ସହ ସାକ୍ଷାତ କରି ନିଜର ଦାବି ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ମୁଖପାତ୍ର ନୀତିଶ ପଧାନ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ କମିଟି ଉପ-ସଭାପତି ଦିନେସ ସାହୁ, ସାଧାରଣ ସମ୍ପାଦକ ସରୋଜ ସାହୁ, ଛାତ୍ର ନେତା ଶ୍ରୀକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।