ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ପୁଣିଥରେ ଆତଙ୍କବାଦୀମାନେ ସୁରକ୍ଷାବଳକୁ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀମାନେ ଶ୍ରୀନଗରରେ ଜଣେ ପୁଲିସ କନେଷ୍ଟବଳଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ସମୟରେ କନେଷ୍ଟବଳଙ୍କ ଝିଅ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।
କଶ୍ମୀର ପୁଲିସ ମୁତାବକ, କନେଷ୍ଟବଳ ସେଫୁଲ୍ଲା କାଦରୀଙ୍କୁ ସୌରା ଅଞ୍ଚଳସ୍ଥିତ ତାଙ୍କ ଘରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ପରେ କାଦରୀଙ୍କୁ ଏସକେଆଇଏମଏସ ହସ୍ପିଟାଲ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପୂର୍ବରୁ ଆତଙ୍କବାଦୀମାନେ ମେ’ ୧୩ରେ ପୁଲିସ କନେଷ୍ଟବଳ ରିୟାଜ ଅହମ୍ମଦ ଠୋକରଙ୍କୁ ପୁଲୱାମା ଜିଲ୍ଲାର ତାଙ୍କ ଘରେ ଗୁଳି ମାରି ହତ୍ୟା କରିଥିଲେ । ଏହାର ଦିନକ ପୂର୍ବରୁ ବଡ଼ଗାମ ଜିଲ୍ଲାର ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ତାଙ୍କ କାର୍ଯ୍ୟାଳୟରେ ପଶି ଗୁଳି ମାରି ହତ୍ୟା କରିଥିଲେ ।