ସ୍ଥଳଭାଗ ନଛୁଉଁଣୁ ଭୟଙ୍କର ରୂପ ନେଉଛି ବାତ୍ୟା ‘ତଉକତେ’: କର୍ଣ୍ଣାଟକର ୭୩ ଗାଁ ପ୍ରଭାବିତ, ୪ ମୃତ

କର୍ଣ୍ଣାଟକ,ଏଜେନ୍ସି: ବାତ୍ୟା ‘ତଉକତେ’ ଏକ ଭୟଙ୍କର ଝଡ଼ର ରୂପ ନେବାର ସମ୍ଭାବନା ରହିଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ଏହାସହିତ କୋଙ୍କଣ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ସମ୍ଭାବ୍ୟ ବାତ୍ୟା ପାଇଁ ଚେତାବନୀ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏହି ଘଟଣାର ନଜର ରଖିଛନ୍ତି।

ଏହି ଅଞ୍ଚଳରେ ବୃହତ ଆଶ୍ରୟସ୍ଥଳ ପ୍ରସ୍ତୁତ କରିବାକୁ ଆମେ ନିର୍ଦ୍ଦେଶ ଦେଇଛୁ ବୋଲି ମହାରାଷ୍ଟ୍ରର ରିଲିଫ ମନ୍ତ୍ରୀ ବିଜୟ ୱାଡେଟିୱାର କହିଛନ୍ତି। ସେହିପରି କର୍ଣ୍ଣାଟକ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ ୪ ଜଣ ଲୋକ ଏପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି। ୭୩ଟି ଗାଁ’ ଘୂର୍ଣ୍ଣିବଳୟ ‘ତଉକତେ’ ଦ୍ୱାରା ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକର ୬ଟି ଜିଲ୍ଲା, ୩ଟି ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ୩ଟି ମାଲନାଡ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।