ପଞ୍ଚମ ଥର ପାଇଁ ଦିଲ୍ଲୀରେ ବଢିଲା ଲକ୍‌ଡାଉନ୍ ଅବଧି

ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀରେ କମୁନି କରୋନା କୋପ। ବର୍ତ୍ତମାନ ଦିଲ୍ଲୀରେ ସ୍ଥିତି ଏତେ ମାତ୍ରାରେ ସଙ୍ଗୀନ ରହିଛି ଯେ କରୋନାକୁ ଆୟତକୁ ଆଣିବା ପାଇଁ ବାରମ୍ବାର ଦିଲ୍ଲୀ ସରକାରଙ୍କ ପକ୍ଷରୁ ଲକଡାଉନ ବୃଦ୍ଧି କରାଯାଉଛି। ଆଜି ପୁଣି ପଞ୍ଚମ ଥର ପାଇଁ ଦିଲ୍ଲୀରେ ଲକଡାଉନ ଅବଧି ବଢାଯାଇଛି।

ପୁଣି ସପ୍ତାହେ ପାଇଁ ବଢିଛି ଦିଲ୍ଲୀରେ ଲକଡାଉନ। ପୂର୍ବରୁ ଘୋଷଣା କରାଯାଇଥିବା ଲକଡାଉନ ଅବଧି ଆସନ୍ତା କାଲି ଅର୍ଥାତ ମେ’ ୧୭ ତାରିଖରେ ଶେଷ ହେବାକୁ ଥିବା ବେଳେ ସଂକ୍ରମଣ ଗ୍ରାଫକୁ ଦେଖି ପୁଣି ଆଉ ଗୋଟିଏ ସପ୍ତାହ ପାଇଁ ଲକଡାଉନ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର।

ଆସନ୍ତା ମେ’ ୨୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଲକଡାଉନ କଟକଣା ଜାରି ରହିବ। ଲକଡାଉନ ସମୟରେ ସବୁ ଅତ୍ୟାବଶ୍ୟକ ସେବା ଜାରି ରହି ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏଥର ଲକଡାଉନ ସମୟରେ ନିୟମ ଉଲ୍ଲଘଂନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।